ରାମଚନ୍ଦ୍ର ପାଇଁ ହେଲା ମାଗଣା ଚିକିତ୍ସା ଓ ଓ୍ୟୖଷଧ ବ୍ୟବସ୍ଥାପରିବାର ବି.ଏସ୍.କେ.ୱାଇ. ରେ ସାମିଲ୍


ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଅନ୍ତର୍ଗତ ଅସୀମିଳା ଗ୍ରାମର ରାମଚନ୍ଦ୍ର ମଲ୍ଲିକଙ୍କ ଅସୁସ୍ଥତା କଥା ଗଣମାଧ୍ୟମରୁ ଜାଣିବାମାତ୍ରେ ରାଜ୍ୟ ବି.ଏସ୍.କେ.ୱାଇ. ଟିମ୍ ତରଫରୁ ତାଙ୍କର ଚିକିତ୍ସା ସହାୟତା ନିମନ୍ତେ ତ୍ୱରିତ ପଦକ୍ଷେପ ନିଆଯାଇଥିଲା । ଇତି ମଧ୍ୟରେ ତାଙ୍କୁ ମାଗଣା ଓ୍ୟୖଷଧ ଓ ଚିକିତ୍ସା ଯୋଗାଇବାର ବ୍ୟବସ୍ଥା କରାଯାଇଛି । ତାଙ୍କ ପରିବାରଙ୍କୁ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ୍ କରାଯାଇଛି ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ରାମଚନ୍ଦ୍ର ଘରୋଇ ଟ୍ୟୁସନ କରି ଜିବୀକା ଅର୍ଜନ କରୁଥିଲେ । ଦିନେ ସାନଭାଇର ବିବାହ ଉତ୍ସବକୁ ଯିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହେବାଯୋଗୁ ସେ ସ୍ନାୟୁବିକ ଦୁର୍ବଳତା ଓ ପାରାଲିସିସ୍ ରେ ପିଡୀତ ହେଲେ । ଇତି ମଧ୍ୟରେ ତାଙ୍କର କଟକ ସ୍ଥିତ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, ଶାନ୍ତି ଘରୋଇ ହସପିଟାଲ ଏବଂ ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନଃ ଥଇଥାନ ତାଲିମ୍ ଏବଂ ଗବେଶଣା ପ୍ରତିଷ୍ଠାନ ଆଦିରେ ଚିକିତ୍ସା କରାଯାଇଛି ।

ଅଗଷ୍ଟ ମାସ ୧ ତାରିଖ ଦିନ ଗୋପାଳପୁର କମ୍ୟୁନିଟି ହେଲଥ୍ ସେଣ୍ଟରରୁ ସ୍ୱତନ୍ତ୍ର ହେଲଥ୍ ଟିମ୍ ରାମଚନ୍ଦ୍ରଙ୍କ ଘରକୁ ଯାଇ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ କରିଥିଲେ । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲୁ ରହିଛି । ଦୈନିକ ଆବଶ୍ୟକ ହେଉଥିବା କାଥେଟର ଓ ଅନ୍ୟାନ୍ୟ ଓ୍ୟୖଷଧ ତାଙ୍କୁ ବିନା ଦେୟରେ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ସେ ଏ ସମସ୍ତ ଓ୍ୟୖଷଧ ତାଙ୍କ ଗାଁ ନିକଟସ୍ଥ ଗୋପାଳପୁର କମ୍ୟୁନିଟି ହେଲଥ୍ ସେଣ୍ଟରରୁ ମିଳିବ ।
ତାଙ୍କର ପରିବାରଙ୍କୁ ମଧ୍ୟ ବି.ଏସ୍.କେ.ୱାଇ. ଯୋଜନାରେ ସାମିଲ୍ କରାଯାଇଛି । ପରିବାରର କାର୍ଡ଼ ନମ୍ବର ୦୨୦୧୦୯୧୨୦୮୨ । ଏହି କାର୍ଡ଼ ବଳରେ ରାମଚନ୍ଦ୍ର ଏବଂ ତାଙ୍କ ପରିବାର ଲୋକେ ଘରୋଇ ସୁପର ସ୍ପେସାଲିଷ୍ଟ୍ ହସପିଟାଲରେ କିପରି ମାଗଣା ଚିକିତ୍ସା କରିପାରିବେ ସେ ବିଷୟ ତାଙ୍କୁ ବୁଝାଇ ଦିଆଯାଇଛି । ଚିକିତ୍ସା ନିମନ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ଏହି ଟିମ୍ ର ସହାୟତା ରାମଚନ୍ଦ୍ରଙ୍କ ମନରେ କିଛି ପରିମାଣରେ ଆଶ୍ୱସ୍ତି ଆଣିଛି ।

Leave a Reply

Your email address will not be published. Required fields are marked *