କେନାଲ ପାଖରୁ ମିଳିଲା ଖବର କାଗଜ ହକରଙ୍କ ଶବ l

ନୃସିଂହ ଚରଣ ମହାପାତ୍ର, ବୟସ ୭୨ ରାତି ୩ ଟାରୁ ସଠିପୂର୍ ଯାଇ ଖବର କାଗଜ ଆଣି ସବୁଦିନ ୩ ଖଣ୍ଡ ପଞ୍ଚାୟତ ବିତରଣ କରନ୍ତି ଓ ନିଜ ଘରକୁ ଅପରାହ୍ନ ୩ଟା ସୁଦ୍ଧା ପ୍ରାୟ ପହଞ୍ଚି ଥାଆନ୍ତି । ଅତି ଭଦ୍ର, ଶାନ୍ତ ଶିଷ୍ଟ, ନମ୍ର ବ୍ୟକ୍ତି ଅଟନ୍ତି।
ଗତ ତା ୧୧.୦୮.୨୩ ରିଖ ସବୁଦିନ ଭଳି ଖବର କାଗଜ ବିତରଣ କରି ଆଉ ଘରକୁ ଫେରି ନ ଆସିବାରୁ ତାଙ୍କ ଏକମାତ୍ର ପୁତ୍ର ବିକ୍ରମ, ତାର ପରିବାର ଲୋକ ଓ ଗାଆଁ ଲୋକଙ୍କର ସହଯୋଗରେ ସବୁ ଆଡେ ଖୋଜା ଖୋଜି କରି ରାତି ପ୍ରାୟ ୧୨ ଟା ପର୍ଯ୍ୟନ୍ତ କେଉଁଆଡେ ପାଇଲେ ନାହିଁ।

ଆଜି ତା ୧୨.୦୮.୨୩ ରିଖ ଭୋର ସମୟ ପ୍ରାୟ ୫ ଟା ରେ ଖବର ପାଇଲେ ଯେ ଜଗନ୍ନାଥ ପ୍ରସାଦ ଠାରୁ ବାଲି ପୋଖରୀ କୁ ସଂଯୋଗ ହୋଇଥିବା ଏକ ନମ୍ବର୍ କେନାଲ ରାସ୍ତା ମଝିରେ ଦକ୍ଷିଣ ପାର୍ଶ୍ଵ ଏକ ଜଳଶ୍ରୟ ରେ କେହି ଜଣେ ପାଣିରେ ବୁଡ଼ି ପ୍ରାଣ ହରାଇଛି।

ସେଠାକୁ ତାର ପୁଅ ଓ ଗ୍ରାମବାସୀ ଯାଇ ଦେଖିବାକୁ ପାଇଲେ ସେଇ ବ୍ୟକ୍ତି ଜଣକ ହେଉଛନ୍ତି ନୃସିଂହ ବାବୁ।

ପୋଲିସ କୁ ଖବର ଦେଲେ ଓ ପୋଲିସ ସହାୟତା ରେ ଦମକଳ ବାହିନୀ ଆସି ଉକ୍ତ ମର ଶରୀର କୁ ପାଣିରୁ ଉଠାଇ ଥିଲେ।

ଏଭଳି ଅମାୟିକ ଶାନ୍ତଶିଷ୍ଟ ଭଦ୍ର ନମ୍ର ବ୍ୟକ୍ତିଙ୍କର ମୃତ୍ୟୁ ରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି।

ଜଣେ ଅନନ୍ୟ ବ୍ୟକ୍ତିଙ୍କ ଆକାସ୍ମିତ ମୃତ୍ୟୁ ପାଇଁ ସମସ୍ତେ ଦୁଃଖ ପ୍ରକାଶ କରିବା ସହ ବାଲି ପୋଖରୀ ସରପଞ୍ଚ ଶ୍ରୀ ଅକ୍ଷୟ କୁମାର ତ୍ରିପାଠୀ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ଭଗଵାନ ସହାୟ ହେବା ଏବଂ ତାଙ୍କ ଅମର ଆତ୍ମାର ର ସଦଗତି ପାଇଁ ଭଗଵାନ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Leave a Reply

Your email address will not be published. Required fields are marked *